ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦରବୃଦ୍ଧି ,ବେକାରୀ ସମସ୍ୟା , ଜିଏସଟି ବୃଦ୍ଧି ପ୍ରସଙ୍ଗରେ ଆଜି ଦେଶବ୍ୟାପି ପ୍ରତିବାଦ କରୁଛି କଂଗ୍ରେସ । ଦିଲ୍ଲୀରେ କଂଗ୍ରେସ କର୍ମୀ ମାନେ କଳା ପୋଷାକ ପିଣ୍ଡି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି | ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ରାଜଧାନୀରେ ମଧ୍ୟ କଂଗ୍ରେସ ତାର ପ୍ରତିବାଦ ଚଳାଛି । ପିସିସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ ନେତା ମାନଙ୍କୁ ପ୍ରତିବାଦ କରୁଥିବାରୁ ଦେଖିବାକୁ ମିଳିଛି । ସେପଟେ ଏହି ପ୍ରତିବାଦରେ ସମସ୍ତ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଛି । ଏହାକୁ ନେଇ ବିଧାୟକ ସୁର ରାଉତରାୟ ତାଙ୍କର ପ୍ରତିକ୍ର୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ପୋଲିସ ଆମକୁ ଜୋରଜବରଦସ୍ତି ଗିରଫ କରିଛି । ପୋଲିସ ଆମକୁ ଝାରପଡା ଜେଲ ନେଉ କି ସ୍ୱର୍ଗକୁ ନେଉ ଖାତିର ନାହିଁ । ଆମର ଏହି ଆନ୍ଦୋଳନ ଜାରି ରହିବ । ଏହି ଆନ୍ଦୋଳନ ଆମର ମୋଦୀ ସରକାରଙ୍କ ବିରୁଦ୍ଧରେ, ଆଉ ଆମେ ଏହାକୁ ଜାରି ରଖିବୁ । ଆମେ ଏବେ ଜଷ୍ଟ ଟ୍ରେଲର ଦେଖାଇଛୁ ଏହା ପରେ ଫିଲ୍ମ ଦେଖାଇବୁ ବୋଲି ସୁର ରାଉତରାୟ ପ୍ରକାଶ କରିଛନ୍ତି ।






More Stories
ଓଡ଼ିଶାରେ ହେବ ଏସୀୟ ଇନ୍ଡୋର ଆଥଲେଟିକ୍ସ…..
୩ ବ୍ୟାଙ୍କ ଅଫିସର ଗିରଫ……
ପୁଣି ବଢି଼ବ ବସ୍ ଭଡ଼ା !……