Report Card Odisha

| Daily Odia News

ଭାରତରେ ନିର୍ମାଣହେବ ୬ଟି ଅତ୍ୟାଧୁନିକ ବୁଡ଼ାଜାହାଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବୁଡ଼ାଜାହାଜ ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ବିଦେଶୀ ସହଯୋଗରେ ୫୦ ହଜାର କୋଟି ଟଙ୍କା ମୂଲ୍ୟରେ ଏହି ୬ଟି ଅତ୍ୟାଧୁନିକ ବୁଡ଼ାଜାହାଜ ନିର୍ମାଣ ହେବ। ଏହି ଜାହାଜ ନିର୍ମାଣ ପରେ ସମୁଦ୍ର ଭିତରେ ଭାରତର ସାମରିକ ଶକ୍ତି ବୃଦ୍ଧି ପାଇବ | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବରେ ପ୍ରତିରକ୍ଷା ସାମଗ୍ରୀ ଅଧିଗ୍ରହଣ ପରିଷଦ (ଡିଏସି) ଏହି ପ୍ରସ୍ତାବ ପାଇଁ ଅନୁରୋଧ(ଆର୍‌ଏଫ୍‌ପି)କୁ ମାଜାଗାଓଁ ଡକ୍ସ ଲିମିଟେଡ ଏବଂ ଏଲ୍‌ ଆଣ୍ଡ୍‌ ଟିକୁ ମଞ୍ଜୁରି ଦେଇଛି । ଡିଜେଲ-ଇଲେକ୍ଟ୍ରିକ ବୁଡ଼ାଜାହାଜ ନିର୍ମାଣ କାର୍ଯ୍ୟକ୍ରମର ନାମ ପ୍ରୋଜେକ୍ଟ-୭୫ ଇଣ୍ଡିଆ (ପି-୭୫ଆଇ) ରଖାଯାଇଛି। ଷ୍ଟ୍ରାଟେଜିକ୍ ସହଭାଗିତା ନୀତି ଅଧୀନରେ ପି-୭୫ଆଇ ହେବ ପ୍ରଥମ ପ୍ରକଳ୍ପ। ମେକ୍ ଇନ୍ ଇଣ୍ଡିଆ ପ୍ଲାଟଫର୍ମରେ ୨୦୧୭ ମେ ମାସରେ ଏହି ନୀତି ଏନ୍‌ଡିଏ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିଲା। ଆର୍‌ଏଫ୍‌ପି ଜାରି ହେବା ପରେ ଏହି ଦୁଇ ଭାରତୀୟ କମ୍ପାନି ଚୟନ ହୋଇଥିବା ୫ଟି ବିଦେଶୀ କମ୍ପାନି ମଧ୍ୟରୁ ଗୋଟିଏ କମ୍ପାନି ସହିତ ମିଶି ସେମାନଙ୍କ ବୈଷୟିକ ଏବଂ ଆର୍ଥିକ ବିଡ୍ ଦାଖଲ କରିବେ। ବିଦେଶୀ କମ୍ପାନି ଗୁଡ଼ିକ ହେଲେ ରୁଷିଆର ରୋ‌ଜୋବୋରନଏକ୍ସପୋର୍ଟ/ରୁବିନ ଡିଜାଇନ ବ୍ୟୁରୋ, ଫ୍ରାନ୍ସର ନାଭାଲ ଗ୍ରୁପ-ଡିସିଏନ୍‌ଏସ୍‌, ଜର୍ମାନୀର ଥାଇସେନକ୍ରୁପ୍ ମେରାଇନ୍ ସିଷ୍ଟମ୍ସ, ସ୍ପେନର ନବନୀତା ଏବଂ ଦକ୍ଷିଣ କୋରିଆର ଦେଉ। ଏହି ନିଲାମ ପ୍ରକ୍ରିୟା ଶେଷ ହୋଇ ଚୁକ୍ତି ସ୍ବାକ୍ଷର ପାଇଁ ବର୍ଷକରୁ ଅଧିକ ସମୟ ଲାଗିବ ବୋଲି ଜଣାପଡିଛି ।

Breaking News