ରିପୋର୍ଟ କାର୍ଡ / ବାଲେଶ୍ଵର
ମଦ୍ୟପ ସ୍ୱାମୀର ଅତ୍ୟାଚାର ସହିନପାରି ଶେଷରେ ଚରମ ପଦକ୍ଷେପ ନେଲା ସ୍ତ୍ରୀ । ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀକୁ। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗ୍ରାମରେ। ତେଣ୍ଡା ଗାଁର ବୁଟୁ ସିଂ ସବୁବେଳେ ମଦ୍ୟପାନ କରି ଘରେ ମାରପିଟ କରନ୍ତି । କାଲି ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ବୁଟୁ ସିଂ ନାବାଳିକା ଝିଅକୁ ଦୁର୍ବ୍ୟବହାର ଲାଗି ଉଦ୍ୟମ କରୁଥିଲା । ଏଥିରେ ପ୍ରତିବାଦ କରିଥିଲେ ସ୍ତ୍ରୀ ଗୁରୁବାରୀ। ଏହାକୁ ନେଇ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡ଼ା ହୋଇଥିଲା । ରାଗରେ ସ୍ତ୍ରୀ ଗୁରୁବାରୀ ଠେଙ୍ଗାରେ ବୁଟୁ ସିିଂର ମୁଣ୍ଡକୁ ପିଟି ଝିଅକୁ ନେଇ ଚାଲି ଆସିଥିଲା । ଅତ୍ୟନ୍ତ ରକ୍ତଶ୍ରାବ ହେବାରୁ ପରେ ବୁଟୁ ସିଂର ମୃତ୍ୟୁ ହୋଇଥିଲା । ଘଟଣା ବିଷୟରେ ଖବର ପାଇ ନୀଳଗିରି ଥାନା ପୋଲିସ ସ୍ତ୍ରୀ ଗୁରୁବାରୀକୁ ଅଟକ ରଖି ପଚର ଉଚରା କରୁଥିବା ନେଇ ସୂଚନା ମିଳିଛି।
More Stories
୧୯ ଯାଏଁ ବର୍ଷା, ୟୋଲୋ ଓ୍ବାର୍ନିଂ ଜାରି….
ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ….
ପ୍ରବଳ ବର୍ଷୀବ, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି…..