ରିପୋର୍ଟ କାର୍ଡ / ମାହାଙ୍ଗା
ଗତକାଲି ରାତି ୨ ଘଟିକା ସମୟରେ ବାଲିଚନ୍ଦ୍ରପୁରର ନଳିପୁର ଜାତୀୟ ରାଜପଥ ନିକଟରୁ ଏକ କଣ୍ଟେନର ନମ୍ବର ଓଆର ୦୪ – ୭୯୮୯ ରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ବେଆଇନ ଗୋ ଚାଲାଣ ହେବା ସମୟରେ ବାଲିଚନ୍ଦ୍ରପୁର ଥାନା ଏହାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ଡ୍ରାଇଭର ସମେତ ୪ ଜଣ ଗିରଫ ହୋଇଥିବା ସୂଚନା ମିଳିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଗାଇଗୁଡ଼ିକୁ ମାହାଙ୍ଗା ସ୍ଥିତ ଅନନ୍ତ ଗୋପାଳ ସେବାଶ୍ରମରେ ଥିବା ଗୋଶାଳାର ଜିମା ଦେଇଛି ବାଲିଚନ୍ଦ୍ରପୁର ଥାନା । ପ୍ରାୟ ସମସ୍ତ ଗାଈଗୁଡ଼ିକର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..