ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର ଦୌସା ମନୋହରପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ପିକଅପ୍ ଭ୍ୟାନ୍ ଏବଂ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡିଛି। ୨୨ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଜସ୍ଥାନର ପ୍ରସିଦ୍ଧ ଖାଟୁଶ୍ୟାମ ମନ୍ଦିରରୁ ଦର୍ଶନ ସାରା ଫେରୁଥିବାବେଳେ ପିକଅପ୍ ଭ୍ୟାନଟି ଛିଡା ହୋଇଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା। ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।






More Stories
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..
୧୮ରୁ ଖୋଲିବ ସ୍କୁଲ୍….