Report Card Odisha

| Daily Odia News

ରାଜଧାନୀର ଆଉ ୧୧ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀର ଭୁବନେଶ୍ୱରର ଆଉ ୧୧ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଉତ୍ତର ଜୋନ୍‌ର ନିଳାଦ୍ରିବିହାର ବୁଦ୍ଧ ପାର୍କ ପ୍ଲଟ ନଂ ୨୦୮, ପ୍ଲଟ ନଂ ଏସ୍‌-୫ରୁ ଏକାଧିକ ପଜିଟିଭ୍‌ ବାହାରିବା ପରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଯାଇଛି । ସେହିପରି ସତ୍ୟବିହାର ପ୍ଲଟ ନଂ ୧୦୯୪, ଗଜପତି ନଗର ପ୍ଲଟ ନଂ ୧୦୩କୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେହିପରି ଦକ୍ଷିଣ-ପୂର୍ବ ଜୋନ୍‌ର ବମିଖାଲ ପ୍ଲଟ ନଂ ୨୨୩, ସହିଦନଗର ଆଙ୍ଗନ ରେଷ୍ଟୁରାଣ୍ଟ ପାଖ ପ୍ଲଟ ନଂ ୨୦, ଖାରବେଳନଗର ପ୍ଲଟ ନଂ ୯, ଟଙ୍କପାଣି ରୋଡ୍‌ ପ୍ଲଟ ନଂ ୧୯-ବି, ପୁରୁଣା ଭୁବନେଶ୍ୱର ପ୍ଲଟ ନଂ -୧୪, ଗଙ୍ଗଯୁମୁନା ରୋଡ୍‌ ପ୍ଲଟ ନଂ ୩୩୧୪କୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ସବୁ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି ବିଏମ୍‌ସି । ଏହି ସବୁ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବ । ଏହା ସହ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ସାନିଟାଇଜ୍‌ କରିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମ୍‌ସି । ଏହାପୂର୍ବରୁ ରାଜଧାନୀରେ ୧୪ଟି ଅଞ୍ଚଳକୁ ବିଏମ୍‌ସି କଣ୍ଟେନମେଣ୍ଟ ଘୋଷଣା କରିଥିଲା। ଫଳରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।

Breaking News