ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା ବେଳେ ଆଜି ୨୮,୯୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ଲଗାତାର ସଂକ୍ରମଣ ବୃଦ୍ଧି ତୁଳନାରେ ଆଜି ସବୁଠାରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ପଜିଟିଭ ସଂଖ୍ୟା ୧,୧୪,୩୮,୭୩୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୮୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୯,୦୪୪ରେ ପହଞ୍ଚିଛି। ୨୪ ଘଣ୍ଟାରେ ୧୭,୭୪୧ ସୁସ୍ଥ ହୋଇଥିବା ବେଳେ ମୋଟ ୧,୧୦,୪୫,୨୮୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨,୩୪,୪୦୬ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।






More Stories
ଇ-୨୦ ଇନ୍ଧନ ନୀତିକୁ ବିରୋଧ:୪ରେ ସଂସଦ ଅଭିମୁଖେ ଶୋଭାଯାତ୍ରା…..
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..