ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା ବେଳେ ଆଜି ୨୮,୯୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ଲଗାତାର ସଂକ୍ରମଣ ବୃଦ୍ଧି ତୁଳନାରେ ଆଜି ସବୁଠାରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ପଜିଟିଭ ସଂଖ୍ୟା ୧,୧୪,୩୮,୭୩୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୮୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୯,୦୪୪ରେ ପହଞ୍ଚିଛି। ୨୪ ଘଣ୍ଟାରେ ୧୭,୭୪୧ ସୁସ୍ଥ ହୋଇଥିବା ବେଳେ ମୋଟ ୧,୧୦,୪୫,୨୮୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨,୩୪,୪୦୬ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
More Stories
ଭିକାରିମୁକ୍ତ ହେବ ରାଜ୍ୟ,କଟକରେ ସର୍ବାଧିକ…..
୧୯ରୁ ରାଜ୍ୟରେ ବର୍ଷା ସମ୍ଭାବନା…..
ଅନଲାଇନରେ ଅର୍ଡର କରିଥିଲେ ଲାପଟପ୍ ଆସିଲା ମାର୍ବଲ୍ ପଥର…..