Report Card Odisha

| Daily Odia News

୫ମ ଦିନରେବି ଶାସକ-ବିରୋଧୀ ମୁହାମୁହିଁ, ୧୨ଟା ଯାଏଁ ଗୃହକୁ ମୁଲତବି….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ପଞ୍ଚମ ଦିନରେବି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି । ବିଧାନସଭାରେ ଶାସକ-ବିରୋଧୀ ମୁହାମୁହିଁ ହୋଇଛନ୍ତି। ଏହି କାରଣରୁ ଆଜି ମଧ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଗୃହ ମଧ୍ୟଭାଗକୁ ଆସି ଶାସକ-ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହୋହଲ୍ଲା । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି। ଶାସକ ଦଳ ସଦସ୍ୟ ମଧ୍ୟ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିନେଇ ଗୃହରେ ହୋହଲ୍ଲା । ସେପଟେ ରାଜରାସ୍ତାରେ ବିଜେଡି ଦଳର ବିଧାୟକ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ଶାସକ ଦଳ ବିଧାୟକ । ବିଧାନସଭାରୁ ବିଜେଡି ବିଧାୟକମାନେ ବାହାରି ରାଜଭବନ ଅଭିମୁଖେ ଯାଉଛନ୍ତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସେମାନଙ୍କ ଦାବି ଜଣାଇବେ ।

Breaking News