Report Card Odisha

| Daily Odia News

କୋର୍ବେଭାକ୍ସ ଟୀକାର ମୂଲ୍ୟ ଧାର୍ଯ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତକାଲିଠାରୁ ୧୨ରୁ ୧୪ବର୍ଷର ପିଲାଙ୍କୁ ଟିକାକରରଣ ଆରମ୍ଭ କରାଯାଇଛି | ପିଲାଙ୍କୁ ଦିଆଯାଉଥିବା କରୋନା ଟିକା କୋର୍ବେଭାକ୍ସର ମୂଲ୍ୟ ଧାର୍ଯ୍ୟ ହୋଇଛି । ହାଇଦରାବାଦସ୍ଥିତ ଔଷଧ କମ୍ପାନୀ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଏହି ଟିକାର ମୂଲ୍ୟ ସରକାରୀ ଡାକ୍ତରଖାନାଗୁଡିକ ଲାଗି ଡୋଜ୍ (ପାନ) ପ୍ରତି ୧୪୫ଟଙ୍କା ରହିଥିବାବେଳେ ଘରୋଇ ଡାକ୍ତରଖାନାଗୁଡିକ ଲାଗି ଏହାର ମୂଲ୍ୟ ୯୯୦ ଟଙ୍କା ରହିଛି । ସମସ୍ତ ଟିକସ ସହିତ ଏହି ମୂଲ୍ୟ ଧାର୍ଯ୍ୟ ହୋଇଛି । ତେବେ ସରକାର ଏହି ଟିକାକୁ ପିଲାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛନ୍ତି । ସରକାରୀ ଡାକ୍ତରଖାନାରେ ଏହା ମାଗଣାରେ ମିଳୁଥିବାବେଳେ ଘରୋଇ ଡାକ୍ତରଖାନରେ ଆବଶ୍ୟକ ଦେୟ ଦେବାକୁ ପଡିବ। ବୁଧବାର ଠାରୁ ଦେଶର ୧୨ ରୁ ୧୪ବର୍ଷର ପିଲାଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ କମ୍ ସଂଖ୍ୟକ ପିଲା ଟିକା ନେଇଛନ୍ତି।

Breaking News