ରିପୋର୍ଟ କାର୍ଡ / ଝାରସୁଗୁଡା
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଞ୍ଚଳରେ ସ୍ୱାମୀରମାଡ଼ରେ ସ୍ତ୍ରୀ ମୃତ ହୋଇଛି | ମୃତକଙ୍କ ନାମ ପଙ୍କଜିନୀ ନାଏକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସ୍ୱାମୀ ରମେଶ ମଦ୍ୟପାନ କରି ଘରକୁ ଆସିଥିଲା । ସ୍ତ୍ରୀ ପଙ୍କଜିନୀଙ୍କୁ ଟଙ୍କା ମାଗିଥାଏ। କିନ୍ତୁ ସ୍ତ୍ରୀ ଟଙ୍କା ନଦେବାରୁ ଅଧିକାଂଶ ସମୟ ଝଗଡ଼ା ଲାଗୁଥିଲା । ଏହିକ୍ରମରେ ବୁଧବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ବଚସା ହୋଇଥିଲା । ଏଥିରେ ରମେଶ ରାଗିଯାଇ ଘରେ ପଡିଥିବା ଏକ ବାଡ଼ିରେ ପିଟି ପିଟି ହତ୍ୟା କରିଛି । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପିରିକି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..