Report Card Odisha

| Daily Odia News

ରାଜ୍ୟରେ ଆଜି ୩ ହଜାର ୬୨୯ କରୋନା ଆକ୍ରାନ୍ତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୬୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨, ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧, ୫୧୪ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୫୧୫ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୭୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୯, ବାଲେଶ୍ୱର ୧୧୧, ବରଗଡ ୭୧, ଭଦ୍ରକ ୪୫, ବଲାଙ୍ଗିର ୯୧, ବୌଦ୍ଧ ୮୦, କଟକ ୩୨୯, ଦେବଗଡ ୬୮, ଢେଙ୍କାନାଳ ୫୫, ଗଜପତିରୁ ୫୬ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୪୬, ଜଗତସିଂହପୁର ୮୯, ଯାଜପୁର ୧୩୭, ଝାରସୁଗୁଡା ୫୧, କଳାହାଣ୍ଡି ୮୫, କନ୍ଧମାଳ ୪୭, କେନ୍ଦ୍ରାପଡା ୧୪୯, କେନ୍ଦୁଝରରେ ୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ କୋରାପୁଟ ୩୧, ମାଲକାନଗିରି ୨୩, ମୟୁରଭଞ୍ଜ ୧୪୨, ନବରଙ୍ଗପୁର ୯୦, ନୟାଗଡ ୧୧୮, ନୂଆପଡା ୭୦, ପୁରୀ ୫୩, ରାୟଗଡା ୧୦୧, ସମ୍ବଲପୁର ୧୦୧, ସୋନପୁର ୩୫, ସୁନ୍ଦରଗଡ ୩୪୬ ଷ୍ଟେଟପୁଲରୁ ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୬, ୦୬୭ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୧୫ହଜାର ୩୮୦ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୫୯ହଜାର ୪୦୫କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୫ ହଜାର ୩୦୬ ଜଣ ।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |

Breaking News