ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି କରୋନା ସଂକ୍ରମଣ ସଂଖ୍ୟା ୮ହଜାର ଅତିକ୍ରମ କରିଛି । ରାଜଧାନୀ ଭୁବନେଶ୍ୱର କରୋନା ସଂକ୍ରମଣ ଦୈନିକ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଖୁବଶୀଘ୍ର ଭୁବନେଶ୍ୱରରେ ଲାଗୁ ହୋଇପାରେ କଣ୍ଟେନମେଣ୍ଟ ଜୋନ୍। ଯେଉଁ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିଭଳି ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇଛି। ଅଧିକ ସ୍କ୍ୱାର୍ଡ ଗଠନ ସହ ଏନ୍ଫୋର୍ସମେଣ୍ଟକୁ କଡାକଡି କରାଯିବ। ସୂଚନା ଦେଲେ ବିଏମସି ଡେପୁଟି କମିଶନର ତଥା ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ। କଂଟାକ୍ଟ ଟ୍ରେସିଂକୁ ତ୍ୱରାନ୍ୱିତ କରାଯାଇଛି। ଟେଷ୍ଟିଂ ବୃଦ୍ଧି ଯୋଗୁଁ ସଂକ୍ରମିତ ବଢୁଛି। ସଟଡାଉନ କଥା ମଧ୍ୟ ଆଲୋଚନା ହେଉଛି। କଣ୍ଟେନମେଣ୍ଟ ଜୋନ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି ଜଣା ପଡିଛି। କୋଭିଡ ସଚେତକଙ୍କୁ ଆକ୍ଟିଭ ସହ ଜନସମ୍ପର୍କ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି। କୌଣସି ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେଉଛନ୍ତି ଆଖପାଖର ପରିବାରକୁ ଚିଠା ମାଧ୍ୟମରେ ଅବଗତ କରିବା ସହ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । ଏନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।
More Stories
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…..
କନିଷ୍ଠ ଶିକ୍ଷକଙ୍କର ବଢିଲା ଦରମା…..
ରାତି୧୦ଟାରେ ଉଠିବ ମହାଦୀପ…..