Report Card Odisha

| Daily Odia News

ସହରରେ ପୁଣି ଆରମ୍ଭ ହେଲା ଧରପଗଡ

ଆଜିଠୁ ରାଜଧାନୀ ଭୁବନେଶ୍ୱରରେ କଡାକଡି ହେବ କରୋନା କଟକଣା । ଦୋକାନ ବଜାର ହେଉକି ଗଳିକନ୍ଦି ସବୁଠି ଜୋରଦାର ହେବ ଧରପଗଡ଼ । କିଛି ରାଜ୍ୟରେ କୋଭିଡ୍ କେସ୍ ବଢ଼ୁଛି । ଏହାକୁ ଦୃଷ୍ଟିରେ ରକି ରାଜଧାନୀରେ ପୋଲିସ ଏବଂ ବିଏମସି କଠୋର ହୋଇଛି । ଅମାନିଆଙ୍କ ଉପରେ ନଜର ରଖିବ ପୋଲିସ । ନିୟମ ନମାନିଲେ ତଣ୍ଡ ଗଣିବାକୁ ପଡ଼ିବ । ମହାରାଷ୍ଟ୍ରଠୁ ଆରମ୍ଭ କରି କେରଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପଡ଼ୋଶୀ ଛତିଶଗଡ଼ରେ ବି ସଂକ୍ରମଣ ଉପରମୁହାଁ । ତେଣୁ ଭୁବନେଶ୍ୱର ମହାନଗର ନିଗମ ଏବଂ ପୋଲିସ ତତ୍ପର ହୋଇ ଉଠିଛି ।

ସୋମବାର ବିଏମସିର ଟିମ୍ ହାଟ, ବଜାର, ସପିଂ କମ୍ପଲେକ୍ସ, ମଲ୍ ସବୁଠି କଡ଼ାକଡ଼ି ଯାଞ୍ଚ ଆରମ୍ଭ କରିଛନ୍ତି । କୋଭିଡ୍ ନିୟମ ଖିଲାପକାରୀଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ସେପଟେ ଜୋନାଲ ଡେପୁଟି କମିଶନରମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ପୂର୍ବ ଭଳି ଏନଫୋର୍ସମେଣ୍ଟ ଟିମ୍ ରାଜଧାନୀର ଗଳିକନ୍ଦି ବୁଲିବା ଆରମ୍ଭ କରିଛନ୍ତି । ବିବାହ ମଣ୍ଡପ ଉପରେ ମଧ୍ୟ ନଜର ରଖିବା ସବ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ କୁହାଯାଇଛି । ଏଥିପାଇଁ ପୋଲିସ ପକ୍ଷରୁ ୩ଟି ସ୍ୱତନ୍ତ୍ର ଏନ୍ ଫୋର୍ସମେଣ୍ଟ ଟିମ୍ ଗଠନ ହୋଇଛି ।

 

Breaking News