Report Card Odisha

| Daily Odia News

ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ

ମୁମ୍ବାଇ: ଗତ ୨ଦିନ ହେଲା ଦାଦା ସାହେବ ଫାଲକେ ଇନ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ୨୦୨୧କୁ ନେଇ ଚର୍ଚ୍ଚା ହେଉଛି । ଶନିବାର ରାତିରେ ଏହି ଆୱାର୍ଡ ଘୋଷଣା ହୋଇଥିଲା । ଏହି ଆୱାର୍ଡ ସମାରୋହରେ ଅଜୟ ଦେବଗନଙ୍କ ଫିଲ୍ମ ‘ତାହ୍ନଜୀ’କୁ ସର୍ବଶ୍ରେଷ୍ଠ ଫିଲ୍ମର ଆୱାର୍ଡୟ ମିଳିଛି । ଫିଲ୍ମ ‘ଲକ୍ଷ୍ମୀ’ ପାଇଁ ଅକ୍ଷୟ କୁମାରଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଆୱାର୍ଡ ମିଳିଛି । ଫିଲ୍ମ ‘ଛପାକ’ ପାଇଁ ଦୀପିକା ପାଦୁକୋନଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି । ଏହି ଅବସରରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ‘ଦିଲ୍ ବେଚାରା’ ପାଇଁ କ୍ରିଏଟିଭ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଛି । ଫିଲ୍ମ ‘ଗିଲଟି’ ପାଇଁ କ୍ରିଏଟିଭ ବେଷ୍ଟ ଆକ୍ଟ୍ରେସ ଆୱାର୍ଡ କିଆରା ଆଡଭାନୀଙ୍କୁ ମିଳିଛି । କମିକ ରୋଲ ପାଇଁ କୁନାଲ ଖେମୁଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଛି । ‘ବ୍ଲାକ ଫ୍ରାଇଡେ’(୨୦୦୪), ‘ସରକାର ରାଜ’(୨୦୦୮), ‘ଗୁଲାଲ୍‌’(୨୦୦୯), ‘ଏବିସିଡି’(୨୦୧୩) ଏବଂ ‘ଗାଜୀ ଆଟାକ’(୨୦୧୭) ଭଳି ଫିଲ୍ମ ପାଇଁ ଅଭିନେତା କେକେ ମେନନଙ୍କୁ ମୋଷ୍ଟ ଭର୍ସାଟାଇଲ (ବହୁମୁଖୀ ଅଭିନେତା) ଆୱାର୍ଡ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ଦାଦା ସାହେବ ଫାଲକେ ଇନ୍ଟରନ୍ୟାଶନାଲ ଆୱାର୍ଡ ଟିମକୁ ଶୁଭକାମନା ଜଣାଇଥିଲେ । ସେ ନିଜ ଚିଠିରେ ଲେଖିଥିଲେ ଦାଦା ସାହେବ ଫାଲକେ ଇନ୍ଟରନ୍ୟାଶନାଲ ଆୱାର୍ଡ ୨୦୨୧ ସମ୍ପର୍କରେ ଜାଣି ଖୁସି ଲାଗିଲା । ଏହି ଆୱାର୍ଡ ଦାଦା ସାହେବ ଫାଲକେଙ୍କ ଉତରାଧିକାରୀ ପାଳନ କରନ୍ତି ଯିଏ ପ୍ରକୃତ ଦୂରଦର୍ଶୀ ଥିଲେ । ଭାରତୀୟ ସିନେମାର ତାଙ୍କର ଅଗ୍ରଣୀ ଓ ଶ୍ରେଷ୍ଠ ଭୂମିକା ରହିଛି ।

Breaking News