ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆଜି ୬୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୬୧କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ଜଣ କରୋନାରେ ପ୍ରାଣ ହରାଇଛନ୍ତି । ବରଗଡ଼ ଓ ସୁନ୍ଦରଗଡ଼ରୁ ୧୦ ଲେଖାଏଁ ଓ ବାଲେଶ୍ୱରରୁ ୮ ଜଣଙ୍କର କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁରରୁ ୭, ଭଦ୍ରକ ଓ ମୟୂରଭଞ୍ଜରୁ ୨ ଲେଖାଏଁ ଓ ବଲାଙ୍ଗିର, କଟକ ଓ ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି ଓ ପୁରୀରୁ ଜଣେ ଲେଖାଏଁ ଜୀବନ ହାରିଛନ୍ତି । ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୨୨୯୯ଟି ରହିଥିବା ବେଳେ ୯୧୮୦୪୧ ଜଣ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୭୭୨୯୩୮ କରୋନା ନମୂନା ପରୀକ୍ଷା କରାଯାଇଛି ।






More Stories
ପ୍ରଦୀପ ଜେନାଙ୍କ ନାମରେ ଜନସ୍ଵାର୍ଥ ମାମଲା ରୁଜୁ…..
ବିଜେଡି ନେତାଙ୍କ ଘର ଯାଞ୍ଚ……
ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ…..