Report Card Odisha

| Daily Odia News

ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବର୍ତ୍ତମାନ ଓଡ଼ିଶାରେ ଉଦବେଗ ଜନକ ସ୍ଥିତି ନାହିଁ । ଆଗାମୀ ୩ ରୁ ୪ ସପ୍ତାହ ଆମମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପୂର୍ବ ଲହର ଗୁଡିକରେ ଦେଖାଯାଇଛି ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଆମର ଏଠି ସଂକ୍ରମଣ ବଢେ । ତେଣୁ ଏଇ ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ । ଯେଉଁମାନେ ଟୀକା ନେଇ ନାହାନ୍ତି ତୁରନ୍ତ ନେଇଯାଆନ୍ତୁ । ଯଦି ସଂକ୍ରମଣ ବଢିବା ଆରମ୍ଭ କରେ, ତେବେ ଆମର ହସ୍ପିଟାଲ ବା ଟ୍ରିଟମେଣ୍ଟ ଷ୍ଟ୍ରାଟେଜି ଚେଞ୍ଜ କରିବୁ । ନିହାତି କାମ ନଥିଲେ ଭିଡ଼ ସ୍ଥାନଠୁ ଦୂରେଇ ରହନ୍ତୁ । ଗହଳି ସ୍ଥାନକୁ ଗଲେ ମାକ୍ସ ନିହାତି ପିନ୍ଧନ୍ତୁ । କିଛି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କରିଛି । ତେଣୁ ସଂକ୍ରମଣ ବଢିବା ସହ ଆର ଭ୍ୟାଲୁ ବି ବଢ଼ିବ।

Breaking News