Report Card Odisha

| Daily Odia News

ମା’କୁ କୁରାଢିରେ ହାଣିଲା ପୁଅ……

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ଜନ୍ମକଲା ମାଙ୍କୁ କୁରାଢିରେ ହାଣି ହତ୍ୟାକଲା ପୁଅ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଚାକୁଳିଆ ଗାଁରେ। ମୃତକ ହେଲେ ଗୁରୁବାରି ହେମ୍ବ୍ରମ୍ । ହତ୍ୟାକାରୀ ପୁଅର ନାମ ଲୋସ ହେମ୍ବ୍ରମ୍ ବୋଲି ଜଣାପଡିଛି । ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସୂଚନା ଅନୁସାରେ- ବୁଧବାର ବିଳମ୍ବିତ ରାତିରେ ଘରୋଇ ବଚସାକୁ ନେଇ ନିଶାସକ୍ତ ପୁଅ ପାଖରେ ଥିବା ଧାରୁଆ କୁରାଢ଼ିରେ ମା’ର ମୁଣ୍ଡ ଉପରକୁ ଆକ୍ରମଣ କରିଥିଲା। ଘର ଭିତର ରକ୍ତ ଯୁଡୁବୁଡୁ ଅବସ୍ଥାରେ ମା ର ମୃତ୍ୟୁ ହୋଇଥିଲେ। ଗୁରୁବାର ସକାଳୁ ଗ୍ରାମବାସୀ ଖବର ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ଏବଂ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ଘଟଣାସ୍ଥଳରୁ କୁରାଢ଼ି ଜବତ କରି ଘଟଣାର ତଦନ୍ତ କରୁଛି ପୋଲିସ୍।

Breaking News