ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଆଉ କରୋନା ରିପୋର୍ଟ ପାଇଁ ଦୌଡିବାକୁ ପଡିବ ନାହିଁ | ୱେବସାଇଟ୍ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ । ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ । ଉଭୟ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ । ନୂଆ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ ୧୯ ୱେବସାଇଟରେ ବ୍ୟବସ୍ଥା ହୋଇଛି। ବସାଇଟକୁ ଯାଇ ନୋ ୟୋର ଟେଷ୍ଟ ରିପୋର୍ଟକୁ କ୍ଲିକ କରନ୍ତୁ। ସେଠି ସାମ୍ପଲ ଦେଲା ବେଳେ ଦେଇଥିବା ନିଜ ମୋବାଇଲ ନମ୍ବର ଦିଅନ୍ତୁ। ମୋବାଇଲ ନମ୍ବର ଦେଲା ପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ । ଓଟିପି ନମ୍ବର ଦେଇ ସବମିଟ୍ କଲା ପରେ ଟେଷ୍ଟ ରିପୋର୍ଟ ଦେଖାଯିବ ।






More Stories
ନବୀନ-ଜୟନାରାୟଣ ମୁହାଁମୁହିଁ…..
ଆଜି ନବୀନ ନିବାସରେ ବୈଠକ….
ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତ ଗିରଫ…..