Report Card Odisha

| Daily Odia News

ରାଜ୍ୟରେ ଆଜି ୧୨୮ କରୋନା ପଜିଟିଭ୍ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରୁ ଆଜି ୧୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୫ ଓ ସ୍ଥାନୀୟ ଅଞ୍ଚଳରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୨୫ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୨୪୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୫ ହଜାର ୯୮୦ ରହିଥିବା ବେଳେ ୧ ହଜାର ୧୧୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ରୁ ୪,ବାଲେଶ୍ୱର ୧, ବରଗଡ଼ ୨, ଭଦ୍ରକ ୧ ,ବଲାଙ୍ଗୀର ୯, ବୌଦ୍ଧ ୧, କଟକ ୨, ଦେଓଗଡ଼ ୧, ଢେଙ୍କାନାଳ ୧, ଗଜପତି ଜିଲ୍ଲାରୁ ୧୮ଜଣ, ଗଞ୍ଜାମ ୩ଜଣ, ଜଗତସିଂହପୁର ୧ , ଯାଜପୁର ୪ , ଝାରସୁଗୁଡ଼ା ୩, କଳାହାଣ୍ଡି ୧ , କନ୍ଧମାଳ ୧ , କେନ୍ଦ୍ରାପଡ଼ା ୧, ଖୋର୍ଦ୍ଧା ୧୬, କୋରାପୁଟ ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪ଜଣ, ନୂଆପଡା ଜିଲ୍ଲାରୁ ୧ , ସମ୍ବଲପୁର ୯ଜଣ, ସୁନ୍ଦରଗଡ଼ ୧୨, ଷ୍ଟେଟ ପୁଲ୍‌ରୁ ୩ଜଣ ରହିଛନ୍ତି ।

Breaking News