ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ବିଶ୍ୱରେ କରୋନା କାୟାବିସ୍ତାର କରିଛି | ଦୀର୍ଘଦିନ ହେବ କରୋନା କବଳରେ ବିଶ୍ୱ ବାସୀ | ଲହର ପରେ ଲହର ମାଢି ଆସୁଛି | ଭାରତର ୧୦ ରାଜ୍ୟରେ କୋଭିଡ ସ୍ଥିତି ଉଦ୍ବେଗଜନକ ରହିଛି | ଏନେଇ ଶନିବାର ଦିନ ସରକାର କଡା ଚେତାବନୀ ଦେଇଛନ୍ତି। ଆବଶ୍ୟକ ସତକର୍ତା ଅବଲମ୍ବନ କରିବା ସହିତ କଡା ପଦକ୍ଷେପ ଉପରେ ଧ୍ୟାନ ଦେବାକୁ ଆଜି ରାଜ୍ୟମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ୬୦ରୁ ଅଧିକ ଏବଂ ୪୫ରୁ ୬୦ ବୟସ ବର୍ଗରେ ଟିକାକରଣକୁ ବୃଦ୍ଧି କରିବାକୁ ସରକାର କହିଛନ୍ତି। କାରଣ ମୃତ୍ୟୁହାରର ୮୦ ପ୍ରତିଶତ ଏହି ନିର୍ଦ୍ଦିଷ୍ଟ ବୟସ ବର୍ଗର ବୋଲି ପ୍ରମାଣିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁର ହେଉଛି ଏହି ରାଜ୍ୟ ଯେଉଁଠି ଏବେ ସଂକ୍ରମଣ ହାର ଉଚ୍ଚ ରହୁଛି। ୪୬ ଟି ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ରେକର୍ଡ ହୋଇଥିବା ବେଳେ ୫୩ ଟି ଜିଲ୍ଲାରେ ୫ରୁ ୧୦ ପ୍ରତିଶତ ମଧ୍ୟରେ ପଜିଟିଭିଟି ହାର ରେକର୍ଡ ହୋଇଛି। ଏହାସହିତ ରାଜ୍ୟଗୁଡିକୁ ଟେଷ୍ଟିଂ ବୃଦ୍ଧି କରିବାକୁ କୁହାଯାଇଛି। ଏଥିରେ ଖିଲାପ୍ ହେଲେ ସମ୍ପୃକ୍ତ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସରକାର ଆଜି ଚେତାବନୀ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା ଯେଉଁଥିରେ ରାଜ୍ୟର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବ୍ୟତୀତ ଭାରତୀୟ ମେଡିକାଲ ରିସର୍ଚ୍ଚର ଡାଇରେକ୍ଟର ଜେନେରାଲ ଡ. ବଳରାମ ଭାର୍ଗଭ ମଧ୍ୟ ଯୋଗ ଦେଇଥିଲେ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..