ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାଆର ଅନୈତିକ ସଂପର୍କ କୁନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୁଅ-ଝିଅ । ଏଭଳି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱର ନିଳାଦ୍ରୀ ବିହାରରେ । ଏହି ଘଟଣାକୁ ମା ମିଥ୍ୟା ବୋଲି କହିଛନ୍ତି । ପୂର୍ବରୁ ଝିଅ ନାଁରେ ମା ଆଣିଲେ ପାଲଟା ଅଭିଯୋଗ। ଏଭଳି ଘଟଣାକୁ ଚର୍ଚ୍ଚା ବିଷୟ ପାଲଟିଛି । ମାଆର ଚରିତ୍ରକୁ ନେଇ ପୁଅ ଓ ଝିଅ ବିରୋଧ କରିବାରୁ ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆାଇଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କ ନେଇ ମାଆଙ୍କ ବିରୋଧରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଗୋଟିଏ ପଟେ ପୁଅ ଓ ଝିଅ ମା ବିରୋଧରେ ଅଭିଯୋଗ କରିଛନ୍ତି, ଅନ୍ୟପଟେ ଝିଅ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ । ଝିଅ ସହିତ ପୁରୁଷମାନଙ୍କ ଅନୈତିକ ସଂପର୍କ ବାବଦରେ ଜାଣିବା ପରେ ମାଆ ବାରଣ କରି ମାରପିଟ କରିଥିବା କହିଛନ୍ତି । ଝିଅ ଓ ପୁଅ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ମାଆ କହିଛନ୍ତି । ତେବେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଚନ୍ଦ୍ରଶେଖରପୁର ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବେ ।
Discussion about this post