ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୭୩୬ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ହୋଇଥିବା ବେଳେ, ୮୭୯ ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି । ଏହାଦ୍ୱାରା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩କୁ ବୃଦ୍ଧିପାଇଛି। କରୋନାରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୭୧ ହଜାର ୫୮ ଜଣଙ୍କର ମୃତ୍ୟୁ ଘଟିଲାଣି। ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୬୪,୬୮୯ ରହିଛି ଏବଂ ୧,୨୨,୫୩,୬୯୭ ଜଣ ସୁସ୍ଥ ହୋଇସାରିଲେଣି। କୋଭିଡ ସଂକ୍ରମଣକୁ ରୋକିବା ସକାଶେ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୦,୮୫,୩୩,୦୮୫ ଡୋଜ ଟିକା ଦିଆଯାଇସାରିଛି। ସମସ୍ତ ପ୍ରୟାସ ସତ୍ତେ୍ୱ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ କ୍ରମଶଃ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ସେଥିପାଇଁ ସେଠାରେ ସଂପୂର୍ଣ୍ଣ ଲକ୍ଡାଉନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାଯାଇଛି। ଅନୁରୂପ ଭାବରେ ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟରେ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି। ଅନେକ ସ୍ଥାନରେ ହସପିଟାଲରେ କରୋନା ସଂକ୍ରମିତଙ୍କ ପାଇଁ ସ୍ଥାନାଭାବ ଦେଖାଦେଇଛି। ମୁମ୍ବଇର ଲୀଳାବତୀ ହସପିଟାଲର ଲବିକୁ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଶଯ୍ୟା ପକାଇ ପ୍ରସ୍ତୁତ କରାଯାଇଛି। ଅନୁରୂପ ଭାବରେ ଅନେକ ସ୍ଥାନରେ ଶ୍ମଶାନରେ ମୃତକଙ୍କ ଶବ ସତ୍କାର କରିବାକୁ ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ଦେଖିବାକୁ ମିଳିଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..