ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଦିନକରେ ଆଉ ୧,୬୫,୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୪୬୦ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି ।ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୮,୯୪,୮୦୦କୁ ବୃଦ୍ଧି ପାଇଛି । ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୨୫,୯୭୨ରେ ପହଞ୍ଚିଛି । ୨୪ ଘଣ୍ଟାରେ ଆଉ ୨ ଲକ୍ଷ ୭୬ ହଜାର ୩୦୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୫୪,୫୪,୩୨୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୧,୧୪,୫୦୮ ସକ୍ରିୟ ଆକ୍ରାନ୍ତ ଚିକିସବାଧୀନ ଅବସ୍ଥାରେ ରହିଛନ୍ତି। ଏଯାଏଁ ୨୧,୨୦,୬୬,୬୧୪ ଟିକା ନେଇ ସାରଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
More Stories
ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ….
ଆଜି ବିଜୟ ରୂପାଣିଙ୍କ ଅନ୍ତିମ ସଂସ୍କାର…..
ଇରାନ-ଇସ୍ରାଏଲ ଉତ୍ତେଜନା ଚରମରେ,୮୦ ମୃତ…..