ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଦୈନିକ ହ୍ରାସପାଇବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୮୦ ହଜାର ୮୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୯୪ ଲକ୍ଷ ୩୯ ହଜାର ୯୮୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧ ଲକ୍ଷ ୩୨ ହଜାର ୬୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୮୦ ଲକ୍ଷ ୪୩ ହଜାର ୪୪୬ରେ ପହଞ୍ଚିଛି। ଦେଶରେ କରୋନା ଆରୋଗ୍ୟ ହାର ୯୫.୨୬ % କୁ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ଆଉ ୩୩୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର ୩୮୪କୁ ବୃଦ୍ଧି ପାଇଛି। ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୨୬% ରହିଛି। ସମ୍ପ୍ର୍ରତି ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୧୫୯ ରହିଛି। ସକ୍ରିୟ ଆକ୍ରାନ୍ତ ହାର ୩.୪୯ %କୁ ହ୍ରାସ ପାଇଛି। ଦେଶରେ ସାପ୍ତାହିକ ସଂକ୍ରମଣ ହାର ୪.୭୪% ରହିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..