Report Card Odisha

| Daily Odia News

ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୦,୮୪୮ କରୋନା ଆକ୍ରାନ୍ତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦେଶରେ ଗତକାଲି କରୋନା ସଂକ୍ରମଣ ସଂଖ୍ୟା ୫୦ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ବଢି ଯାଇଛି | ଗତ ୨୪ ଘଣ୍ଟା ମଧ୍ୟରେ ୫୦,୮୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୨୮,୭୦୯ରେ ପହଞ୍ଚିଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୩୫୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୦,୬୬୦ରେ ପହଞ୍ଚିଛି। ଦିନକରେ ଆଉ ୬୮,୮୧୭ ସୁସ୍ଥ ହୋଇଥିବା ବେଳେ ମୋଟ ୨,୮୯,୯୪,୮୫୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬,୪୩,୧୯୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Breaking News