ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୮୯୨ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ୨୪ ଘଣ୍ଟାରେ ୪୪,୨୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଦେଶରେ ସଂପ୍ରତି ମୋଟ କରୋନା ଆକ୍ରାନ୍ତ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୬୦,୭୦୪କୁ ବୃଦ୍ଧିପାଇଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ସଂଖ୍ୟାର ୧.୫% ରହିଥିବା ଜଣାଯାଇଛି। ସୁସ୍ଥ ହେବା ହାର ୯୭.୧୮% ରହିଛି। ଦେଶରେ ଏପର୍ଯ୍ୟଂନ୍ତ ୨,୯୮,୪୩,୮୨୫ ଜଣ କରୋନାରୁ ଆରୋଗ୍ୟ ଲାଭ କରିସାରିଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୨.୪୨% ହୋଇଛି। ଏପର୍ଯ୍ୟନ୍ତ ମୋଟ ୪୨.୫୨ କୋଟି ନମୁନା ପରୀକ୍ଷା କରାଯାଇସାରିଲାଣି। ଅନୁରୂପ ଭାବରେ ଦେଶରେ ଗତକାଲି ସୁଦ୍ଧା ୩୬.୪୮ କୋଟି ପାନ ଟିକାକରଣ କରାଯାଇସାରିଛି।






More Stories
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..
ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ…..
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..