ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୦୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୨ ଲକ୍ଷ ୮୯ ହଜାର ୫୭୯ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୩ ହଜାର ୨୧୩ରେ ପହଞ୍ଚିଛି। ଏବେ ଦେଶରେ ୩୬୨୨୦୭ ସକ୍ରିୟ ମାମଲା ରହିଛି ।ସେହିପରି ୩୨୪୮୪୧୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୈନିକ ସଂକ୍ରମଣ ହାର ୧.୭୮% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୭% ରହିଛି। ଏଥିସହିତ କରୋନାରୁ ଆରୋଗ୍ୟ ହାର ୯୭.୫୮% ରହିଛି। ୫୪.୪୪ କୋଟି କୋଭିଡ ନମୁନା ପରୀକ୍ଷା କରାଯାଇସାରିଛି। ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୭୫.୨୨ କୋଟି ପାନ କୋଭିଡ ଟିକା ଦିଆଯାଇସାରୀ ଥିବା ନେଇ ସୂଚନା ମିଳିଛି ।
Discussion about this post