ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୭୮୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ୧୯୯ ଜଣଙ୍କା ମୃତ୍ୟୁ ହୋଇଛି । ପୂର୍ବ ରିପୋଟ ଦେଖିବା ଦେଶରେ ମାର୍ଚ୍ଚ ୧୫ ଠାରୁ ଲାଗାତାର ଭାବେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ୩ ଲକ୍ଷ ୪୫ ହଜାର ୩୭୭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଏକ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଏକ କୋଟି ୧୧ ଲକ୍ଷ ୮୧ ହଜାର ୨୫୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ଏବଂ ଏକ ଲକ୍ଷ ୬୦ ହଜାର ୧୬୬ ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିଭଳି ଦେଶରେ ଟୀକାକରଣ ମଧ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୮୪ ଳକ୍ଷ ୯୪ ହଜାର ୫୯୪ ଜଣଙ୍କୁ ଭ୍ୟାକସିନ୍ ଦିଆସରିଛି । ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ପଞ୍ଜାବରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ଏହି ପ୍ରମୁଖ ରାଜ୍ୟମାନଙ୍କ କିଛି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି ।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଆମେରିକା କୋର୍ଟରୁ ଅଜିତ ଡୋଭାଲ ଙ୍କ ନାଁରେ ସମନ…..
କଂଗ୍ରେସ-ଏନସି ମେଣ୍ଟ ସହ ଏକମତ ଅଛୁ : ପାକିସ୍ତାନ….