Report Card Odisha

| Daily Odia News

ରାଜ୍ୟରେ ଆଜିବି ୧୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ପୁଣି ୧୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ତୁଳନାରେ ଆଜି କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଚିହ୍ନଟ ହୋଇଥିବା ସଂକ୍ରାମିତଙ୍କ ମଧ୍ୟରୁ ୬୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ସର୍ବାଧିକ ରୋଗୀ ଚହ୍ନଟ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲାର । ୧୯ଟି ଜିଲ୍ଲାରୁ ଚିହ୍ନଟ ୧୧୩ ରୋଗୀଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ ଜିଲ୍ଲାରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି। ଏହା ପଛରେ ଅଛି କଟକ। କଟକରୁ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୪ ଜଣ। ରାୟଗଡ଼ା, କୋରାପୁଟ, ଅନୁଗୁଳ , ଢେଙ୍କାନାଳ, ଗଜପତି, ଭଦ୍ରକ, ବୌଦ୍ଧରୁ ଜଣେ ଲେଖାଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, କେନ୍ଦୁଝର, ବାଲେଶ୍ୱରରୁ ୨, କେନ୍ଦ୍ରାପଡ଼ା, ସମ୍ବଲପୁର, ବଲାଙ୍ଗିରରୁ ୩ ଜଣ ଲେଖାଏ, ଜାଜପୁର, ଝାରସୁଗୁଡା, ନୂଆପଡ଼ାରୁ ୪ ଜଣ ଲେଖାଏ, ଜଗତ୍‌ସିଂହପୁରରୁ ୫, କଳାହାଣ୍ଡିରୁ ୭, ମୟୂରଭଞ୍ଜରୁ ୧୧ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩, ୩୯,୦୭୬ ଥିବାବେଳେ ରୋଗରୁ ମୁକ୍ତ ହୋଇ ଫେରିଛନ୍ତି ୩,୩୬,୨୦୬ ଜଣ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ୍‌ ୮୯୮ ଅଛି।

 

Breaking News