Report Card Odisha

| Daily Odia News

ରାଜ୍ୟରେ କମୁଛି ସଂକ୍ରମଣ, ୫୯୦୧କରୋନା ଆକ୍ରାନ୍ତ ଚିହ୍ନଟ,୮ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫ହଜାର ୯୦୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି | ସଂଗରୋଧରୁ ୩, ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୨, ୪୮୨ ଜଣ ରହିଛନ୍ତି । ସେହିପରି ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୭୩୯ ପଜିଟିଭ୍ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୧, ୪୩୦ ଆକ୍ରାନ୍ତ ଚିହ୍ନଟ ହୋଇଛି । ଅନୁଗୁଳରୁ ୯୩, ବାଲେଶ୍ୱର ୩୦୦, ବରଗଡ ୧୦୨, ଭଦ୍ରକ ୯୬, ବଲାଙ୍ଗିର ୧୮୪, ବୌଦ୍ଧ ୭୮, କଟକ ୪୦୨, ଦେବଗଡ ୮୯, ଢେଙ୍କାନାଳ ୭୩, ଗଜପତିରୁ ୬୯ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୯୫, ଜଗତସିଂହପୁର ୮୨, ଯାଜପୁର ୧୯୧, ଝାରସୁଗୁଡା ୬୩, କଳାହାଣ୍ଡି ୧୬୮, କନ୍ଧମାଳ ୮୬, କେନ୍ଦ୍ରାପଡା ୧୪୪, କେନ୍ଦୁଝରରେ ୧୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୬୪, ମାଲକାନଗିରି ୫୫, ମୟୁରଭଞ୍ଜ ୧୪୯, ନବରଙ୍ଗପୁର ୧୧୩, ନୟାଗଡ ୧୮୦, ନୂଆପଡା ୧୮୯, ପୁରୀ ୧୧୭, ରାୟଗଡା ୧୦୧, ସମ୍ବଲପୁର ୧୩୮, ସୋନପୁର ୮୬, ସୁନ୍ଦରଗଡ ୫୪୫ ଷ୍ଟେଟପୁଲରୁ ୨୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୦,୦୭୮ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୧ଲକ୍ଷ ୫୨ହଜାର ୨୩୯ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୩୧ହଜାର ୧୬୯କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦ହଜାର ୩୨୭ ଜଣ । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ଆଜି ରାଜ୍ୟରେ ୮ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ରହିଥିବା ବେଳେ ବାଲେଶ୍ୱର, ଖୋର୍ଦ୍ଧା, କେନ୍ଦୁଝର, କୋରାପୁଟ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Breaking News