ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୮୩, ସଙ୍ଗରୋଧରୁ ୧୯୬,ସ୍ଥାନୀୟ ୧୪୬।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୩,୬୩୯ରେ ପହଞ୍ଚିଛି। ୧୨,୭୦,୨୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪,୩୨୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୩୦ ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୨, ବାଲେଶ୍ୱର ୧୪,ବରଗଡ ୯, ଭଦ୍ରକ ୫, ବଲାଙ୍ଗୀର ୨, ବୌଦ୍ଧ ୧୦, କଟକ ୨୦, ଦେଓଗଡ ୪, ଢେଙ୍କାନାଳ ୧, ଗଜପତି ୨୯, ଗଞ୍ଜାମ ୫, ଜଗତସିଂହପୁର ୮, ଯାଜପୁର ୨୦, ଝାରସୁଗୁଡା ୧୩, କଳାହାଣ୍ଡି ୫, କନ୍ଧମାଳ ୩,କେନ୍ଦ୍ରାପଡା ୧୬, କେନ୍ଦୁଝର ୨, ଖୋର୍ଦ୍ଧା ୩୨, କୋରାପୁଟ ୯, ମାଲକାନଗିରି ୨, ମୟୁରଭଞ୍ଜ ୧୪, ନବରଙ୍ଗପୁର ୩, ନୟାଗଡ ୯, ନୂଆପଡା ୫, ପୁରୀ ୩, ରାୟଗଡା ୧୪, ସମ୍ବଲପୁର ୨୪, ସୋନପୁର ୩, ସୁନ୍ଦରଗଡ ୩୯, ଷ୍ଟେଟପୁଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ୯ କରୋନା ଆକ୍ରାନ୍ତଂକର ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, କଟକ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି ।
More Stories
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..
୧୯ ଘଣ୍ଟା ଅଟକ ପରେ ବିଧାୟକଙ୍କୁ ଛାଡିଲା ପୋଲିସ…..
ସାପ କୁ ଆଘାତ ଦେଲେ ଝିଅ ଦେହରେ ଦାଗ……