ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଇ ଦୁଇଥର ନିଜର ବଳିଷ୍ଠ ଅଭିନୟ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ବରିଷ୍ଠ ଅଭିନେତ୍ରୀ କେପିଏସି ଲଳିତା ଆଉ ନାହାନ୍ତି। ମାଲାୟଲମ ଓ ବିଭିନ୍ନ ଷ୍ଟେଜରେ ନିଜର ଅଭିନୟର ଯାଦୁ ଦେଖାଇଥିବା ୭୪ ବର୍ଷୀୟ ଲଳିତା ଆଜି କେରଳର କୋଚିରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ୫ ଦଶନ୍ଧି ଧରି ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିଥିଲେ। ଏହି ସମୟରେ ସେ ୫୫୦ରୁ ଅଧିକ ମାଲାୟଲମ ଓ ତାମିଲ ଫିଲ୍ମରେ ଅଭିନୟ କରିଥିଲେ। ଲଳିତା ଦୁଇ ଥର ନ୍ୟାଶନାଲ ଫିଲ୍ମ ଆୱାର୍ଡ ଓ ୪ଥର କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି। ୧୯୯୯ରେ ରିଲିଜ ହୋଇଥିବା ଅମରାମ ଓ ୨୦୦୦ ମସିହାରେ ରିଲିଜ ହୋଇଥିବା ଶନାତମ ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା। ଏଥିସହ ସେ ୫ ବର୍ଷ ପାଇଁ କେରଳ ସଂଗୀତ ନାଟକ ଏକାଡେମୀର ଚେୟାରମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
More Stories
ପଦ୍ମ ପୁରସ୍କାରରେ ସମ୍ମାନିତ ହେବେ ସୁପରଷ୍ଟାର ଅଜିତ କୁମାର…..
ତେଲଗୁ ସୁପରଷ୍ଟାର ମହେଶବାବୁଙ୍କୁ ଇଡି ସମନ…..
ପରଲୋକରେ ମନୋଜ କୁମାର….