Report Card Odisha

| Daily Odia News

ରାଜ୍ୟରେ ଆଜି ୭୭୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆକରି ଚିହ୍ନଟ କରାଯାଇଥିବା ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୪୩୩୧ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯୮ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୬୨ ରହିଥିବା ଜଣାଯାଇଛି। ଅନୁଗୁଳ ଜିଲାରୁ ୪୪୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ବାଲେଶ୍ୱରରୁ ୪୨୬, ବରଗଡ ୧୮୯, ଭଦ୍ରକ ୨୮୭, ବଲାଙ୍ଗୀର ୬୧, ବଉଦ ୧୨୮ ଏବଂ କଟକ ଜିଲାରୁ ୭୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡ ଜିଲାରୁ ୭୨, ଢେଙ୍କାନାଳରୁ ୨୫୨, ଗଜପତି ୬୮, ଗଞ୍ଜାମ ୧୫୩, ଜଗତସିଂହପୁର ୨୫୫, ଯାଜପୁର ୩୮୮, ଝାରସୁଗୁଡା ୭୧, କଳାହାଣ୍ଡି ୧୬୭, କନ୍ଧମାଳ ୫୨, କେନ୍ଦ୍ରାପଡା ୨୨୩, କେନ୍ଦୁଝର ୧୬୬, କୋରାପୁଟ ୧୮୫, ମାଲକାନଗିରି ୧୦୪ ଏବଂ ମୟୁରଭଞ୍ଜ ଜିଲାରୁ ୪୪୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ନବରଙ୍ଗପୁରରୁ ୨୧୯, ନୟାଗଡ ୨୧୯, ନୂଆପଡା ୪୮, ପୁରୀ ୩୩୩, ରାୟଗଡା ୩୧୦, ସମ୍ବଳପୁର ୧୬୧, ସୋନପୁର ୬୧, ସୁନ୍ଦରଗଡ ୨୭୦ ଏବଂ ଷ୍ଟେଟପୁଲରୁ ୧୮୮ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୭୧୩୦୫୫ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୮୨୬୭୯ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Breaking News