Report Card Odisha

| Daily Odia News

ରାଜ୍ୟରେ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ କରୋନା ଆକ୍ରାନ୍ତ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧୨୨ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୮୬ ପଜିଟିଭ୍ । ଅନୁଗୁଳରୁ ସର୍ବାଧିକ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ୯, ବରଗଡ ୩, ଭଦ୍ରକ ୪, ବଲାଙ୍ଗିର ୩, ବୌଦ୍ଧ ୧, କଟକ ୩, ଦେବଗଡ଼ ୨, ଢ଼େଙ୍କାନାଳ ୧, ଗଜପତିରୁ ୨୫ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨୦, ଜଗତସିଂହପୁର ୩, ଯାଜପୁର ୧୮, ଝାରସୁଗୁଡା ୧୩, କଳାହାଣ୍ଡି ୨, କେନ୍ଦ୍ରାପଡା ୧୧, କେନ୍ଦୁଝରରେ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ୨୯ କୋରାପୁଟ ୧, ମୟୂରଭଞ୍ଜ ୧୨, ନବରଙ୍ଗପୁର ୪, ନୟାଗଡ ୨, ନୂଆପଡା ୪, ପୁରୀ ୧, ରାୟଗଡା ୧୪, ସମ୍ବଲପୁର ୨୫,ସୋନପୁର ୬, ସୁନ୍ଦରଗଡ଼ ୧୫ ଷ୍ଟେଟପୁଲରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୫୮୫ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୭୨ ହଜାର ୪୨୮ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ୧୨,୮୪, ୬୧୬କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ୩ ହଜାର ୭୯ ରହିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |

Breaking News