ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୯ ଜଣ ଅଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଏହି ୫୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୯, ସୁନ୍ଦରଗଡ଼ରୁ ୨୯ ଓ ଷ୍ଟେଟ୍ପୁଲ୍ରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩, ବରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏଁ, ଗଞ୍ଜାମରୁ ୨, ଜଗତସିଂହପୁର ୮, ଯାଜପୁର ୧୦, ଝାରସୁଗୁଡ଼ା ୭,କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ା ୩, କେନ୍ଦୁଝର ୩, ମାଲକାନଗିରି ୩, ମୟୂରଭଞ୍ଜ ୮, ନୟାଗଡ଼ରୁ ଜଣେ, ପୁରୀରୁ ୨୯, ରାୟଗଡ଼ା ୨, ସମ୍ବଲପୁର ୬ ଓ ସୋନପୁରରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୧୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୨,୯୨୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨,୮୦,୯୫୪ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨୭୯୫ ଜଣ ଚିକିତ୍ସାଧୀନ ଅଛନ୍ତି।






More Stories
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..
ପ୍ରବଳରୁ ଅତି ପ୍ରବଳ ବର୍ଷା:୧୩ ଜିଲ୍ଲାକୁ ରେଡ୍-ଅରେଞ୍ଜ ଓ୍ବାର୍ନିଂ ଜାରି…..
ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁ :ଦଳା ଚକଟା ନୁହେଁ ଅଣନିଶ୍ବାସୀ ହେବାରୁ….