Report Card Odisha

| Daily Odia News

ରାଜ୍ୟରେ ୩ ହଜାର ତଳକୁ ଖସିଲା କରୋନା ସଂକ୍ରମଣ ସଂଖ୍ୟା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗୋଟିଏ ଦିନରେ ୩ ହଜାର ତଳକୁ ଖସିଲା କରୋନା ସଂକ୍ରମଣ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ୨୯୫୭ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୬୯୮ ଏବଂ ସ୍ଥାନୀୟ ସଂକ୍ରମିତ ୧୨୫୯ ଜଣ ରହିଛନ୍ତି। ଏହି ସଂକ୍ରାମିତ ଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୩୪୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୧୦, ବାଲେଶ୍ୱର ୨୪୭, ବରଗଡ ୪୧, ବରଗଡ ୪୧, ଭଦ୍ରକ ୧୯୨, ବଲାଙ୍ଗୀର ୩୭, ବଉଦ ୪୭, କଟକ ୨୭୧, ଦେବଗଡ ୧୦, ଢେଙ୍କାନାଳ ୪୨, ଗଜପତି ୨୪, ଗଞ୍ଜାମ ୧୮, ଜଗତସିଂହପୁର ୧୦୩, ଯାଜପୁର ୨୬୦, ଝାରସୁଗୁଡା ଜିଲାରୁ ୩ ଜଣ ରହିଛନ୍ତି। ସେହିଭଳି କଳାହାଣ୍ଡି ଜିଲାରୁ ୩୮, କନ୍ଧମାଳ ୫୧, କେନ୍ଦ୍ରାପଡା ୧୧୬, କେନ୍ଦୁଝର ୫୭, ଖୋର୍ଦ୍ଧା ୪୦୮, କୋରାପୁଟ ୬୦, ମାଲକାନଗିରି ୫୬, ମୟୁରଭଞ୍ଜ ୧୩୫, ନବରଙ୍ଗପୁର ୪୫, ନୟାଗଡ ୧୧୨, ନୂଆପଡା ୧୦, ପୁରୀ ୨୧୯, ରାୟଗଡା ୬୩, ସମ୍ବଲପୁର ୨୮, ସୋନପୁର ୨୫, ସୁନ୍ଦରଗଡ ୫୮ ଏବଂ ଷ୍ଟେଟପୁଲରୁ ୭୦ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୮୪୪୮୦୧ ଜଣ ଆରୋଗ୍ୟ ଲାଭ କରିସାରିଥିବାବେଳେ ସଂପ୍ରତି ୩୪୯୬୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Breaking News