Report Card Odisha

| Daily Odia News

ଆଜି ରାଜ୍ୟରେ ୯୮୮୯ କରୋନା ପଜିଟିଭ୍ ଚିହ୍ନଟ, ୧୬ ଆକ୍ରାନ୍ତଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ୯୮୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୯୬୪୧ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରୁ ୫୬୧୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୨୭୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪ ଜଣ, ଗଜପତି ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ ରହିଥିବା ବେଳେ ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଛନ୍ତି । ସେହିପରି ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରେ ଗୋଟିଏ ଦିନରେ ୧୧୩୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେହିଭଳି ଅନୁଗୁଳରୁ ୪୪୩, ବାଲେଶ୍ୱର ୧୫୧, ବରଗଡ ୪୮୩, ଭଦ୍ରକ ୫୨, ବଲାଙ୍ଗୀର ୩୨୬, ବଉଦ ୧୨୯, କଟକରୁ ୭୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୭୪, ଡେଙ୍କାନାଳରୁ ୯୦, ଗଜପତି ୧୧୭, ଗଞ୍ଜାମ ୩୧୦, ଜଗତସିଂହପୁର ୩୮୬, ଯାଜପୁର ୨୮୨, ଝାରସୁଗୁଡାରୁ ୩୮୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତକାଲି ଗୋଟିଏ ଦିନରେ କଳାହାଣ୍ଡିରୁ ୪୧୪, କେନ୍ଦୁଝର ୧୯୫, କନ୍ଧମାଳ ୫୨, କେନ୍ଦ୍ରାପଡା ୧୩୩, କୋରାପୁଟ ୯୪, ମାଲକାନଗିରିରୁ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁରୂପ ଭାବରେ ମୟୁରଭଞ୍ଜ ୨୪୩, ନବରଙ୍ଗପୁର ୪୧୪, ନୟାଗଡ ୨୨୩, ନୂଆପଡା ୩୩୫, ପୁରୀ ୪୩୬, ରାୟଗଡା ୧୨୯, ସମ୍ବଲପୁର ୪୭୦, ସୋନପୁରରୁ ୧୫୮ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି। ଇତିମଧ୍ୟରେ ରାଜ୍ୟରେ ମୋଟ ୧୦୩୧୯୧୦୪ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୪୮୯୬୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୧୦୨୨୭ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ରାଜ୍ୟରେ ସଂପ୍ରତି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୭୨୫୭ ରହିଛି।

 

Breaking News