Report Card Odisha

| Daily Odia News

ଆଜିଠାରୁ ଓଡିଶା ଲକଡାଉନ୍….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ସାରା ରାଜ୍ୟରେ ଲାଗୁ ହୋଇଛି ୧୪ ଦିନିଆ ଲକଡାଉନ୍। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସେହରେ ଏହି ନିଷ୍ପତ୍ତି ନେଇଛନ୍ତି | ଯଦି ଦେଖିବା ପୂର୍ବ ଅପେକ୍ଷା କରୋନାର ଦ୍ଵିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ମାଢି ଚାଲିଛି | ଲୋକଙ୍କର ବେପରୁଆ ମନ ଭାବ ଦେଖିବାକୁ ମିଳୁଛି | ଲୋକେ ସତର୍କ ହେଉ ନାହାନ୍ତି | ପ୍ରଶାସନ ପୋଲିସ ଯେତେ ସଚେତନ କଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି | ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକିସବୁ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ୍ ରହିବ। ଲକଡାଉନ୍ ସମୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସକାଳ ୬ଟାରୁ ୧୨ଟା ଯାଏ ତେଜରାତି, ପନିପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ। କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତି କମରେ ୩୦ ଫୁଟ ହେବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା, ଡିଟିଏଚ୍ ସେବା, ଗ୍ୟାସ୍ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ସ୍ବାଭାବିକ ଭାବେ ଚାଲୁ ରହିବ। ବ୍ୟାଙ୍କ ଓ ଏଟିଏମ୍ ସେବା ମଧ୍ୟ ପ୍ରଭାବିତ ହେବ ନାହିଁ। ସ୍ବାସ୍ଥ୍ୟ ସେବା ସଂକ୍ରାନ୍ତୀୟ ସମସ୍ତ କାରବାର ବିନା ବାଧାରେ ଚାଲିବ। ପୂର୍ବ ଲକଡାଉନରେ ଲୋକେ ମାନୁ ଥିଲେ | ହେଲେ ଚଳିତ ଲକଡାଉନରେ ଲୋକେ ଢିଲା ହୋଇଯାଇଛନ୍ତି | ଗୋଟିଏ ପଟେ କରୋନା ସଂକ୍ରମଣ ମଢୁ ଥିବା ବେଳେ ଲୋକେ ଅବହେଳା ହେଉଛନ୍ତି | ସଂକ୍ରମକୁ ହ୍ରାସ କରିବା ପାଇଁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର | ଆଜିର ୯୮୮୯ ପଜିଟିଭ ଚିହ୍ନଟ ହୋଇଛନ୍ତି ୧୪ ଲକଡାଉନ୍ ମଧ୍ୟରେ ରାଜ୍ୟରେ କରୋନା ସ୍ଥିତି କେମିତି ରହୁଛି ତାହା ଦେଖିବାକୁ ରହିଲା |

 

Breaking News