ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଆକ୍ରାନ୍ତ ମୃତ | ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୦୮ ଓ ସ୍ଥାନୀୟ ସଂକ୍ରମିତ ୨୨୧ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୨ ଜଣ ରହିଛନ୍ତି । ରାଜ୍ୟର ଅନୁଗୁଳ ଜିଲାରେ ୩, ବାଲେଶ୍ୱର ୨୦, ବରଗଡ ୧, ଭଦ୍ରକ ୩ ଓ ବଲାଙ୍ଗିରରେ ଜଣେ ଚିହ୍ନଟ ହୋଇଛନ୍ତି । କଟକ ୩୭, ଦେବଗଡ ୧, ଢେଙ୍କାନାଳ ୧, ଗଜପତି ୩, ଗଞ୍ଜାମ ୬, ଜଗତସିଂହପୁର ୮, ଯାଜପୁର ୧୫, ଝାରସୁଗୁଡା ୨, କେନ୍ଦ୍ରାପଡାରେ ୧୧ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରେ ୭, ଖୋର୍ଦ୍ଧା ୨୭୪, କୋରାପୁଟ ୨, ମୟୁରଭଞ୍ଜ ୨୩, ନୟାଗଡା ୭, ନୂଆପଡା ୬ ଓ ପୁରୀରେ ୧୩ ଚିହ୍ନଟ ହୋଇଛନ୍ତି । ସେହିଭଳି ରାୟଗଡାରେ୧, ସମ୍ବଲପୁର ୧୧, ସୁନ୍ଦରଗଡ ୧୦, ଷ୍ଟେଟପୁଲରୁ ୬୩ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦିନକରେ ୪୬୯ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ସଂପ୍ରତି ରାଜ୍ୟରେ ୫୧୪୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଯାଜପୁର ଜିଲାରେ ଜଲେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..