ରିପୋର୍ଟ କାର୍ଡ / ଜଗତସିଂହପୁର
ଆଜି ଶକ୍ତିପୀଠ ଗୋଡ଼ିକରେ ମା’ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି । ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ବଳବତ୍ତର ରହିବ । ମନ୍ଦିର ଆଖପାଖରେ ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ଲୋକଙ୍କ ସମାଗମ ଉପରେ ଲାଗିଛି କଟକଣା । ମହାଷ୍ଟମୀ ଓ ଦଶହରା ବେଳେ ଶାରଳାଙ୍କ ପୀଠରେ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ । ଜିଲ୍ଲା ତଥା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଆସନ୍ତି । ଭିଡ଼ ଆଶଙ୍କା ଓ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳତ ପଦକ୍ଷେପ ନେଇଛି । ଯଥା ସମ୍ଭବ କମ୍ ପୂଜକ ଓ ସେବାୟତଙ୍କୁ ନେଇ ସମସ୍ତ ନୀତିକାନ୍ତି ସାରିବାକୁ କୁହାଯାଇଛି |






More Stories
ସହମତିରେ ସମ୍ପର୍କ ବଳାତ୍କାର ନୁହେଁ…..
ଓଡ଼ିଶା ଆସିବେ ମୋଦି…..
ଆସନ୍ତାକାଲି ଠାରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ….