ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ସପ୍ତାହରେ କିଛି ମାତ୍ରାରେ ସଂକ୍ରମଣ କମି ଥିବା ବେଳେ ପୁଣି ବଢିବା ଆରମ୍ଭ କରିଛି ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୫୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୮୪୨୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦୧୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୫୧୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ବିଶେଷକରି ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ସବୁଠାରୁ ଅଧିକ ସଂକ୍ରମତଙ୍କ ତାଲିକାରେ ଉପରେ ରହଛି ଏହି ଜିଲ୍ଲା। ଆଜି ଏଠାରୁ ଚିହ୍ନଟ ହୋଇଛନ୍ତି ୧,୮୪୨ ଜଣ ରୋଗୀ। ଏହାପଛରେ ରହିଛି କଟକ। ଏଠାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଛି। ୨୪ ଘଣ୍ଟାରେ ଏଠାରୁ ବାହାରିଛନ୍ତି୧,୦୮୪ ଜଣ ରୋଗୀ। ଏହାବ୍ୟତୀତ ଅନୁଗୁଳରୁ ୯୩୦, ବାଲେଶ୍ୱରରୁ ୫୧୦, ବରଗଡରୁ ୩୧୫, ଭଦ୍ରକା ୧୭୭, ବଲାଙ୍ଗୀରରୁ ୨୯୬, ବୌଦ୍ଧରୁ ୩୬୫, ଦେବଗଡରୁ ୧୦୬, ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତ୍ସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡାରୁ ୩୭୩, କଳାହାଣ୍ଡିରୁ ୪୯୧, କନ୍ଧମାଳରୁ ୧୦୦, କେନ୍ଦ୍ରାପଡାରୁ ୧୯୫, କେନ୍ଦୁଝରରୁ ୨୩୨, କୋରାପୁଟରୁ ୨୩୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
More Stories
ଆଜି କାଳବୈଶାଖୀ.…
ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ……
ସାଢେ ୧୧ ଟା ଯାଏଁ ଗୃହ ମୁଲତବୀ……