Report Card Odisha

| Daily Odia News

ଆଜି ରାଜ୍ୟରେ୧୧୦୫୯ କରୋନା ପଜିଟିଭ୍ ଚିହ୍ନଟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୯୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୮୬୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲାକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୮୫୯, ବାଲେଶ୍ୱର ୪୦୦, ବରଗଡ଼ ୩୬୭, ଭଦ୍ରକ ୩୭୭, ବଲାଙ୍ଗୀର ୧୬୬, ବୌଦ୍ଧ ୨୬୧, କଟକ ୧୧୩୩, ଦେଓଗଡ଼ ୧୦୩, ଢେଙ୍କାନାଳ ୩୫୧, ଗଜପତି ୬୭, ଗଞ୍ଜାମ୧୫୫ ଜଗତସିଂହପୁର ୩୩୦, ଯାଜପୁର ୫୬୪, ଝାରସୁଗୁଡ଼ା ୨୨୮, କଳାହାଣ୍ଡି ୪୦୭, କନ୍ଧମାଳ୧୦୩, କେନ୍ଦ୍ରାପଡ଼ା ୩୦୯, କେନ୍ଦୁଝର ୨୦୦, ଖୋର୍ଦ୍ଧା ୧୦୧୦, କୋରାପୁଟ ୧୭୫, ମାଲକାନଗିରି ୯୮, ମୟୁରଭଞ୍ଜ ୬୬୨, ନବରଙ୍ଗପୁର୩୨୨, ନୟାଗଡ଼ ୨୪୬, ନୂଆପଡ଼ା ୪୪, ପୁରୀ ୪୩୦, ରାୟଗଡ଼ା ୧୭୭, ସମ୍ବଲପୁର ୩୭୯, ସୋନପୁର ୨୦୪, ସୁନ୍ଦରଗଡ଼ ୭୨୯, ଷ୍ଟେଟ୍‌ ପୁଲ୍‌ରୁ ୨୦୩ଜଣ ରହିଛନ୍ତି ।

Breaking News