ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କିଛିଦିନ ପରେ ପୁଣି ସଂକ୍ରମଣ ବଢ଼ିଛି | ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି | ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୯୭ ଓ ସ୍ଥାନୀୟ ସଂକ୍ରମିତ ୧୩୮ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୭ ଜଣ ଥିବା ଜଣାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୮୦୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରେ ୧, ବାଲେଶ୍ୱର ୧୩, ବରଗଡ ୩, ଭଦ୍ରକ ୩, ବଉଦ ୨, କଟକ ୨୧, ଦେବଗଡ ୧, ଢେଙ୍କାନାଳ ୩ ଓ ଜଗତସିଂହପୁର ଜିଲାରେ ୬ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ୧୦, ଝାରସୁଗୁଡା ୫, କେନ୍ଦ୍ରାପଡା ୮, କେନ୍ଦୁଝର ୩, ଖୋର୍ଦ୍ଧା ୧୪୧, ମୟୁରଭଞ୍ଜ ୧୨, ନୟାଗଡରେ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ପୁରୀ ୬, ରାୟଗଡା ୧, ସମ୍ବଲପୁର ୫୧, ସୋନପୁର ୧, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୩୪ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୧୫୧ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୨୪୦୩ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଆଜିର ୨ ମୃତକଙ୍କ ମଧ୍ୟରେ ଦୁଇଜଣ ଖୋର୍ଦ୍ଧା ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୧ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..