ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୭ଶହ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୫୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧୧୨୪ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୦୯ ଆକ୍ରାନ୍ତ ଥିବା କୁହାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨୦୪ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୦ଲକ୍ଷ ୪୫ହଜାର ୭୧୮ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୭, ବାଲେଶ୍ୱରରୁ ୭୩, ବରଗଡ଼ରୁ ୭୫, ଭଦ୍ରକରୁ ୫, ବଲାଙ୍ଗୀରରୁ ୫୪ ବୌଦ୍ଧରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୯୧, ଦେବଗଡ଼ରୁ ୩୭, ଢେଙ୍କାନାଳରୁ ୩, ଗଜପତିରୁ ୯, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୧୩, ଯାଜପୁରରୁ ୭. ଝାରସୁଗୁଡ଼ାରୁ ୧୦୬, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୩୩, କୋରାପୁଟରୁ ୧୯, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୨୯, ନୟାଗଡ଼ରୁ ୬, ନୂଆପଡ଼ାରୁ ୧୦, ପୁରୀରୁ ୫୪, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୧୭୯, ସୋନପୁରରୁ ୧୦. ସୁନ୍ଦରଗଡ଼ରରୁ ୪୫୪ ଓ ଷ୍ଟେଟପୁଳରୁ ୨୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୬୨ହଜାର ୪୭୬କୁ ବୃଦ୍ଧି ପାଇଛି । ଏବଂ ସକ୍ରିୟ ଆକ୍ରାନ୍ତ ୮ହଜାର ୨୩୭ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗପକ୍ଷାରୁ ସୂଚନା ମିଳିଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ୭୮ ବର୍ଷୀୟ ମହିଳା ବୋଲି ଜଣାପଡିଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……