Report Card Odisha

| Daily Odia News

ଦେଶରେ ଦିନକର ୨ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ଅତିକ୍ରମ କରିଛି | ଗୋଟିଏ ପାଟି ଟୀକା କାରଣ ଚାଲିଥିବ ବେଳେ ଏପଟେ ଥମିବାର ନାଁ ନେଉନି କରୋନା ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୨ଲକ୍ଷ ୩୪ ହଜାର ୬୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧ ହଜାର ୩୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୫ ହଜାର ୬୪୯ରେ ପହଞ୍ଚିଛି। ଦିନକରେ ୧ ଲକ୍ଷ ୨୩ ହଜାର ୩୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୬ ଲକ୍ଷ ୭୯ ହଜାର ୭୪୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Breaking News