Report Card Odisha

| Daily Odia News

ଆଜି ରାଜ୍ୟରେ ୪୬୧ କରୋନା ରୋଗୀ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଦୈନିକ ସଂକ୍ରମଣ ହାର ବଢୁଥିବା ବେଳେ ଆଜି ରାଜ୍ୟରେ ୪୬୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୧୮୯ ରହିଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ନୂଆପଡା ଜିଲ୍ଲାରେ ସର୍ବାଧିକ ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମିଳିଥିବା ତଥ୍ୟ ଅନୁସାରେ, ଅନୁଗୁଳରୁ ୨୭, ବାଲେଶ୍ୱରରୁ ୧୬, ବରଗଡରୁ ୩୨, ଭଦ୍ରକରୁ ୫, ବଲାଙ୍ଗୀରରୁ ୩, କଟକରୁ ୨୨, ଗଞ୍ଜାମରୁ ୫, ଯାଜପୁରରୁ ୮, ଝାରସୁଗୁଡା ୧୩, କଳାହାଣ୍ଡରୁ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳରୁ ୪, କେନ୍ଦ୍ରାପଡା, କେନ୍ଦୁଝରରୁ ୨, କୋରାପୁଟରୁ ୪, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୯, ନୟାଗଡରୁ ୧, ପୁରୀରୁ ୯, ରାୟଗଡାରୁ ୭, ସମ୍ବଲପୁରରୁ ୧୬, ସୋନପୁରରୁ ୪ ଏବଂ ସୁନ୍ଦରଗଡରୁ ସର୍ବାଧିକ ୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚିଛି। ୩,୩୭,୨୧୨ ସୁସ୍ଥ ହୋଇ ଫରିଥିବାବେଳେ ଆକ୍ଟିଭ କେସ୍‌ ଅଛି ୨୫୮୬।

Breaking News