Report Card Odisha

| Daily Odia News

କଟକ-ଭୁବନେଶ୍ୱର ଦୈତ୍ୟ ନଗରୀ ପାଲଟିଛି ସେକ୍ସ କାରବାରର ଆଡାସ୍ଥଳୀ….

ରିପୋର୍ଟ କାର୍ଡ / କଟକ

କଟକ-ଭୁବନେଶ୍ୱର ଦୈତ୍ୟ ନଗରୀ ପାଲଟିଛି ସେକ୍ସ କାରବାରର ଆଡାସ୍ଥଳୀ | କଟକ ସହର ରାଣୀହାଟ ଟ୍ରାଫିକ ଛକ ନିକଟରୁ ସେକ୍ସ ରାକେଟ୍ ଧାରା ପଡିଛି । ଏକ କୋଠାରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିଵା ଅଭିଯୋଗରେ ପୋଲିସ ଚଢଉ କରିଥିଲା ।ଏକ ବିଶ୍ବସ୍ତ ସୂତ୍ରରୁ ଖଵର ପାଇଁ ମଙ୍ଗଳାବାଗ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ଏହି ଘର ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଘରୁ କିଛି ଆପତ୍ତିଜନକ ଜିନିଷ ଜବତ ହୋଇଛି। ସମ୍ପୃକ୍ତ ଘରୁ ପୋଲିସ ଜଣେ ଯୁବତୀ ଓ ୨ ଜଣ ଯୁବକଙ୍କୁ କାବୁ କରି ଅଟକ ରଖିଛି। ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିଵା ବ୍ୟକ୍ତି ତାଙ୍କ ଘରେ କୌଣସି ଅନୈତିକ କାମ ହେଉଥିବା କଥାକୁ ଅସ୍ବୀକାର କରିଛନ୍ତି । ଏହାସହ ଆପତ୍ତିଜନକ ଜିନିଷ ଗୁଡିକୁ ପୋଲିସ ସେଠାରେ ପକାଇ ଦେଇ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ସେକ୍ସ ରାକେଟ୍‌ ଠାବ ହୋଇଥିବା ଘରକୁ ଦୁଇ ବର୍ଷ ତଳେ ପୋଲିସ ବେଶ୍ୟାଳୟ ଘୋଷଣା କରିଥିଲା । ଚଢଉ ବେଳେ ଏକ ରୁମ୍‌ରେ ଜଣେ ଯୁବତୀ ଓ ଦୁଇ ଯୁବକ ଅସଂଯତ ଅବସ୍ଥାରେ ଧରାପଡ଼ିଥିଲେ । ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଦୁଇ ଯୁବକଙ୍କୁ ଗିରଫ କରିଥିଲା । ଗିରଫ ଯୁବକଙ୍କ ମଧ୍ୟରୁ ଜଣଙ୍କ ଘର କେଶରପୁର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଗୋପାଳପୁର ନିକଟ ଉରାଳୀ ଗ୍ରାମରେ । ଘଟଣାସ୍ଥଳରୁ ପୋଲିସ ୩୦ ହଜାର ଟଙ୍କା, ଗୋଟିଏ ବାଇକ୍‌, ୪ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି । ପୋଲିସର କହିବାନୁସାରେ, ଘର ମାଲିକ ରାଣୀହାଟର ମିଟୁଆ ଓରଫ ସୁକାନ୍ତ କୁମାର ନାୟକ ପୂର୍ବରୁ ଧରା ହୋଇ ଜେଲ୍‌ ଯାଇଥିଲେ । ସେ ଜେଲ୍‌ରୁ ଆସି ସେହି ଘରେ ପୁଣି ସେକ୍ସ ରାକେଟ୍ ଚଳାଇଥିଲେ । ଆଶ୍ଚର୍ଯ୍ୟର ବିଷୟ, ସେହି ଘରୁ ଉଦ୍ଧାର ଯୁବତୀ ଜଣକ ୨୦୧୮ ମସିହାରେ ମଧ୍ୟ ସେହି ଘରୁ ଉଦ୍ଧାର ହୋଇଥିଲେ । ଯୁବତୀ ଜଣକ ସାଲେପୁର ଅଞ୍ଚଳର । ସେ ଲାଲ୍‌ବାଗ ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି । ତାଙ୍କ ସ୍ୱାମୀ ଦୁରାରୋଗ୍ୟରେ ପୀଡ଼ିତ ଓ ଘର ଚଳାଇବା ପାଇଁ ସେ ଏଭଳି କାମରେ ନିଜକୁ ନିୟୋଜିତ କରିଥିବା ପୋଲିସକୁ ବୟାନ ଦେଇଛନ୍ତି । ଦୁଇ ଦିନ ପୂର୍ବରୁ ଭୁବନେଶ୍ୱର ଲକ୍ଷ୍ମୀସାଗରର ଅଂଚଳରୁ ସେକ୍ସ ରାକେଟ୍ ଧାରା ପଡିଥିଲା | ଭଡ଼ା ଘରେ ଚାଲିଥିଲା ବେଧଡକ ଦେହ ବ୍ୟବସାୟ । ଅଚାନକ ଚଢ଼ାଉ କରି ସେଠାରୁ ଗ୍ରାହକଙ୍କୁ ପୋଲିସ ଗିରଫ କରିଥିଲା |

Breaking News