ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରୁ ଆଜି ୧୨୦କୁ ବୃଦ୍ଧି ହୋଇଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଏମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବାବେଳେ ୪୯ ଲୋକାଲ କେସ ରହିଛି । ଷ୍ଟେଟ ପୁଲ୍ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୭୧୯ ରହିଛି। ସେହିପରି ରୋଗରୁ ମୁକ୍ତ ହୋଇଛନ୍ତି ୩,୩୫,୯୯୪ ଜଣ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୭୫୪ ରହିଛି। ଆଜି ମଧ୍ୟ ସର୍ବାଧିକ ରୋଗୀ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୨୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ ତା ପଛରେ ଅଛି ସୁନ୍ଦରଗଡ଼। ଏଠାରୁ ୧୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୫, ଖୋର୍ଦ୍ଧାରୁ ୧୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ଜଗତ୍ସିଂହପୁର, କଳାହାଣ୍ଡି, କେନ୍ଦୁଝର, ନବରଙ୍ଗପୁର, ନୂଆପଡ଼ା, ଢେଙ୍କାନାଳ, ବରଗଡ଼, ଅନୁଗୁଳରୁ ଜଣେ ଲେଖାଏ, ବଲାଙ୍ଗିର, କେନ୍ଦ୍ରାପଡ଼ାରୁ ୨, ପୁରୀ, ରାୟଗଡା, ଝାରସୁଗୁଡା, ଭଦ୍ରକରୁ ୩, ବାଲେଶ୍ୱର, ଯାଜପୁର, ଗଞ୍ଜାମରୁ ୪ ଜଣ ଲେଖାଏ, ସମ୍ବଲପୁରରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।
Discussion about this post