Report Card Odisha

| Daily Odia News

ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ, ୬,୧୧୮ କରୋନା ଆକ୍ରାନ୍ତ ଚିହ୍ନଟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କମୁଛି କରୋନା ସଂକ୍ରମଣ ପ୍ରଭାବ। ଗତ ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬,୧୧୮ କରୋନା ଆକ୍ରାନ୍ତ | ଏମାନଙ୍କ ମଧ୍ୟରୁ ୩୪୫୩ କ୍ୱାରେଣ୍ଟିନ ସେଣ୍ଟରରେ ଥିବାବେଳେ ୨,୬୬୫ ଲୋକାଲ କଣ୍ଟାକ୍ସସ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଖୋଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୯୫ କରୋନା ରୋଗୀ। କଟ ଜିଲ୍ଲାରୁ ୬୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜାଜପୁରରୁ ୫୬୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନୁଗୁଳରେ ଆଜି ୪୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରେ ୧୯୫, ବରଗଡରେ ୧୬୪, ଭଦ୍ରକରେ ୨୨୮, ବଲାଙ୍ଗିରରେ ୮୩, ବୌଦ୍ଧରେ ୧୧୨, ଦେବଗଡରେ ୨୯, ଢେଙ୍କାନାଳରେ ୧୨୩, ଗଜପତିରେ ୩୦, ଗଞ୍ଜାମରେ ୯୩, ଜଗତ୍‌ସିଂହପୁରରେ ୨୧୮, ଝାରସୁଗୁଡାରେ ୮୬, କଳାହାଣ୍ଡିରେ ୮୦, କନ୍ଧମାଳରେ ୧୪୩, କେନ୍ଦ୍ରାପଡାରେ ୨୨୭, କେନ୍ଦୁଝରରେ ୧୫୫,କୋରାପୁଟରେ ୧୮୦, ମାଲକାନଗିରିରେ ୧୦୭ ଜଣ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୩୫୨, ନବରଙ୍ଗପୁରରେ ୧୬୬, ନୟାଗଡରେ ୧୬୧, ନୂଆପଡ଼ାରେ ୩୬, ପୁରୀରେ ୩୯୮, ରାୟଗଡାରେ ୧୦୮, ସମ୍ବଲପୁରରେ ୧୦୩, ସୋନପୁରରେ ୫୨, ସୁନ୍ଦରଡରେ ୨୭୨ ଜଣ ଏବଂ ଷ୍ଟେଟପୁଲ୍‌ରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି।

Breaking News